ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ପ୍ରାଣହାନି

ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ । ଦୁଇଦିନ ପରେ ମୃତ ଦେହ ଚାଷ ଜମିରୁ ଠାବ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ। ଦୁଇ ଦିନ ପରେ ଚାଷ ଜମିରୁ ମିଳିଲା ମୃତ ଦେହ। ମୃତ ବ୍ୟକ୍ତି ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ସେକ୍ସନ ପାଟଲା ଗ୍ରାମର ବିଷ୍ଣୁ ନାଏକ ବୟସ ୪୫ ବର୍ଷ। ସୂଚନା ଅନୁଯାୟୀ ବିଷ୍ଣୁ ଦୁଇଦିନ ଗାଁ ଚାଷଜମିକୁ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ପାଇନଥିଲେ । ଏନେଇ ପରିବାର ଲୋକ ବାଲିମ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଗ୍ରାମବାସୀ ମାନେ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡ ପୋଖରୀ ପାଖ ଚାଷ ଜମିରେ ମୃତଦେହ ଠାବ କରିଥିଲେ । ଘଟଣାସ୍ଥଳରେ ବନବିଭାଗ ଏବଂ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରିରଖିଛନ୍ତି।