ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ;ଓଡ଼ିଶାକୁ ଭଲ ପାଉଥିବା ତଥା ନୂଆ ଓଡିଶା , ସଶକ୍ତ ଓଡିଶା ଗଠନ ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଶଙ୍ଖ ଭବନ

ଭୁବନେଶ୍ୱର: ଲୋକାର୍ପିତ ହେଲା ଶଙ୍ଖ ଭବନ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତି ରହିଥିଲେ । ଖାଲି ସେତିକି ନୁହେଁ ପ୍ରେତ୍ୟକ ଜିଲ୍ଲାର ଛାମୁଆ ନେତା ଏହି ଉଦଘାଟନରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ୟ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ କାର୍ୟ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।୩ ମହଲା ବିଶିଷ୍ଟ ବିଜେଡିର ନବ ନିର୍ମିତ କାର୍ୟ୍ୟାଳୟରେ ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ସେହିଭଳି ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ୟ୍ୟକର୍ତ୍ତାଙ୍କ ପାଇଁ କାର୍ୟ୍ୟାଳୟ ଥିବା ବେଳେ ଏକ ବଡ ଅଡିଟୋରିୟମ ରହିଛି । ସେହିଭଳି ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି । ଗତ ୨୦୨୧ ରଥଯାତ୍ରା ବେଳେ ଶଙ୍ଖ ଭବନ ପାଇଁ ଶୁଭ ଦିଆଯାଇଥିଲା ।