ଆରମ୍ଭ ହେଲା ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ପୂଜାକାର୍ଯ୍ୟ, ପୂଜାରେ ବସିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବିଜେଡି କାର୍ୟ୍ୟାଳୟ । ଏନେଇ ଆରମ୍ଭ ହୋଇଛି ପୂଜର୍ଚ୍ଚାନା । ପୂଜାରେ ବସିଲେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ।ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର କାର୍ୟ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ । ଭୁବନେଶ୍ବର ୟୁନିଟ୍ ୬ ସ୍ଥିତ ନବ ନିର୍ମିତ କାର୍ୟ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ୟ୍ୟର ଅପୂର୍ବ ନିଦର୍ଶନ ସାଜିଛି ।ଆଜି ଉଦଘାଟନୀ କାର୍ୟ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିବେ । ୩ ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ୍ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ୟ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।