ହାତୀ ପ୍ରଭାବିତ ଗାଁ ପରିଦର୍ଶନ କଲେ ବନ କର୍ମଚାରୀ

(ଓମ ପ୍ରକାଶ ମିଶ୍ର / ସୋନପୁର) : ହାତୀ ପ୍ରଭାବିତ ଗାଁ ପରିଦଶର୍ସନ କଲେ ବନ ବିଭାଗ । ହାତୀ ସୋନପୁର ସଦରବ୍ଲକ ଅନ୍ତର୍ଗତ ଖଲିଆପାଲି ଓ କୁଦୋପାଲି ଗ୍ରାମରେ ହାତୀ ଲୋକଙ୍କ ଘର ଭାଙ୍ଗିବା ସହ ଜନ ଜୀୀବନ ଅସ୍ତବ୍ୟସ୍ତ କଲାଣୀ । ଗ୍ରାମର ପ୍ରାୟ ୧୫ ଜଣ ଚାଷୀଙ୍କ ଧାନଫସଲ ଖାଇଥିବା ବନ ବିଭାଗକୁ ଜଣାଇଛନ୍ତି ଗ୍ରାମବାସୀ । ଖବର ପାଇ ଲଛିପୁର ବନ ବିଭାଗ ଫରେଷ୍ଟର ବାବାଜୀ ନାଏକ ଏବଂ ପ୍ରହଲ୍ଲାଦ ନାୟକ ଆଜି ଘଟଣା ସ୍ଥଳରେ ପହଞ୍ଚି ଗାଁ ପରିଦର୍ଶନ କରିଛନ୍ତି ।