ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ: ଡେପୁଟି ଏସଆରସି

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା କାରଣରୁ ହୀରାକୁଦରେ ଜଳ ପତନ ବୃଦ୍ଧି ପାଇଛି । ପରେ ବନ୍ୟାଜଳକୁ ୨୦ଟି ଗେଟ୍ ମାଧ୍ୟମରେ ନିଷ୍କାସନ କରାଯାଇଛି । କିନ୍ତୁ ଏବେ ଉପର ମୁଣ୍ଡରେ ଆଉ ବର୍ଷା ନାହିଁ । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ନାହି।କେନ୍ଦ୍ରାପଡା ଓ ପୁରୀର କିଛି ସ୍ଥାନରେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି।ପୁରୀରେ ୪୦,ଖୋର୍ଦ୍ଧାରେ ୪୮ ଜଣ,କଟକରେ ୫୫୦ ଲୋକଙ୍କୁ ରିଲିଫ କ୍ୟାମ୍ପ ରେ ରଖାଯାଇଛି। ବିଶେଷ ପ୍ରଭାବିତ ହୋଇଥିବା ବଲାଙ୍ଗୀର ଜିଲ୍ଲାରେ ୫୬ ଟି କ୍ୟାମ୍ପରେ ୧୯ହଜାର ଲୋକଙ୍କୁ ରଖାଯାଇଛି । ସୁବର୍ଣ୍ଣ ପୁର ଜିଲ୍ଲାର୨୪ କ୍ୟାମ୍ପରେ ୩୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ଡେପୁଟି ଏସ ଆର ସି ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି ।