ରାଜଧାନୀ ପାଇବ ମହିଳା ମେୟର

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟର ବିଭିନ୍ନ ମହାନଗର ନିଗମର ମେୟର ସଂରକ୍ଷଣ ଲିଷ୍ଟ । ରାଜଧାନୀ ପାଇବ ମହିଳା ମେୟର । ଏନେଇ ବଜ୍ଞପ୍ତି ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ପାଇଁ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର ପାଇଁ ମେୟର ପଦବୀ ଅଣ ସଂରକ୍ଷିତ ରହିଛି । ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର ଆପତ୍ତି ବା ଅଭିଯୋଗ ରହିଛି ୧୫ ଦିନ ଭିତରେ ଜଣାଇବାକୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।