ମୃତଦେହକୁ ନେଇ ରାସ୍ତା ରୋକ

(ସୁରେଶ କୁମାର ସାମନ୍ତରାୟ)ବୋଲଗଡ଼: ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ଏପରି ଏକ ଘଟଣା ଘଟିଛି ବେଗୁନିଆ ବେଗୁନିଆ ଧଳାପଥର ଫାଣ୍ଡି ନିକଟରେ । ଗତ ୭ତାରିଖରୁ କୋଦବେରଣୀ ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଘରୁ ନିଖୋଜ ଥିବା ନେଇ ମା’ ଶାନ୍ତିଲତା ଧଳାପଥର ଫାଣ୍ଡିରେ ଜଣାଇଥିଲେ । ପରବତ୍ତୀ ସମୟରେ ଏହାର ମୃତ ଦେହ ଜଙ୍ଗଲରୁ ମିଳିଥିଲା । ନାବାଳକର ମୁହଁ ପୋଡି ଯାଇଥିବାରୁ ତାଙ୍କୁ କେହି ମାରି ପକାଇଦେଇଥିବା ସନ୍ଦେହ କରାଯାଉଛି । କୋଦବେରଣୀ ହତ୍ୟା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଖୋର୍ଦ୍ଧା କଳାପଥର ରାସ୍ତାରୋକ କରିଛନ୍ତି ।