(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତକାଲି ମଧ୍ୟପ୍ରଦେଶରୁ ଆସି ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ଦଳ ପୁଣି ଥରେ ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଜଣାଯାଇଛି । ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚି ଥିଲେ । ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବା ଆଶଙ୍କା ରହିଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଜଙ୍ଗଲ ପାଖ ଗାଁ ଲୋକମାନେ ବାଣ ଫୁଟାଇ , ବଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଥିଲେ ।
ଅପରପକ୍ଷେ ଗତକାଲି ମଧ୍ୟପ୍ରଦେଶରୁ ଆସି କୋରିଆ ଜିଲ୍ଲାରେ ପହଞ୍ଚିଥିଲେ ପଙ୍ଗପାଳ । କୋରିଆର ଭରତପୁର ନିକଟ ୩ଟି ଗ୍ରାମରେ ପହଞ୍ଚିବା ସୂଚନା ପରେ ଘଟଣାସ୍ଥଳରେ ବନ ବିଭାଗ, କୃଷି ବିଭାଗ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ପଙ୍ଗପାଳ ଉପରକୁ ପାଣି ମାଡ କରାଯାଇଥିଲା