ଭାଇରାଲ ହେଲା ‘କେଜିଏଫ ଚ୍ୟାପ୍ଟର ୨’ରେ ୟଶଙ୍କ ଲୁକ

(ରିପୋର୍ଟସଟୁଡେ)ଭୁବନେଶ୍ୱର :ଅଭିନେତା ୟଶଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଜିଏଫ୍ ଚ୍ୟାପ୍ଟର-୧’ର ବିରାଟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାର ନାଁ ‘କେଜିଏଫ୍ ଚ୍ୟାପ୍ଟର-୨’ ରଖାଯାଇଛି। ଚଳିତ ଦିନରେ ଚଳଚ୍ଚିତ୍ରର ଶୁଟିଂ ସେଟରୁ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ୟଶଙ୍କ ଜବରଦସ୍ତ ଲୁକ୍ ଦେଖିବାକୁ ମିଳିଛି। ଫଟୋରେ ୟଶ ଲମ୍ବା କେଶ ଓ ବଢିଥିବା ଘଞ୍ଚ ନିଶ ଦାଢିରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ସଞ୍ଚୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବେ। ମାତ୍ର ଏନେଇ ଫିଲ୍ମ ନିର୍ମାତା ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି ।