ବିଜେଡ଼ି ନେତାଙ୍କ ଥଇଥାନ ରାଜ୍ୟ ଉପରେ ଅଯଥା ଆର୍ଥିକ ବୋଝ: ବାହିନୀ ପତି

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ନିଗମ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି କହିଛନ୍ତି ଏହି ନିଯୁକ୍ତି ଫଳରେ ଅଯଥା ଆର୍ଥିକ ବୋଝ ପଡିବ ରାଜ୍ୟ ଉପରେ, ଏହା ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରି ଦଳରେ ରଖିବାପାଇଁ ବିଜେଡ଼ର ପ୍ରୟାସ ବୋଲି ପ୍ରତିକିୟା ପ୍ରକାଶ କରିଛନ୍ତି ବାହିନୀ ପତି ।

ବାହିନୀ ପତିଙ୍କ ପ୍ରତିଉତ୍ତରରେ ମୁନ୍ନା ଖାଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ନିଯୁକ୍ତି ରାଜ୍ୟର ବିକାଶରେ ଭାଗିଦାରୀ ହେବ । ତେଣୁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।