ବାଲିଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି

Preparations of the administration regarding the Bali Yatra

କଟକ: (ଦିପକ ଆଚାର୍ଯ୍ୟ) ଆରମ୍ଭ ହୋଇଛି କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ, ୮ଟି ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ତା ସାଙ୍ଗକୁ , ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ହ୍ୱିଲ ଚେୟାର, ମହିଳାଙ୍କ ପାଇଁ ସ୍ପେଶାଲ ସଖି ପୋଲିସ ଟିମ୍ ଏବଂ ଇ ରିକ୍ସା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆପାତକାଳିନ ସେବା ପାଇଁ ୨୦ ଟି ଏଡ୍ ପୋଷ୍ଟ ତଥା ୪ଟି ସପୋର୍ଟ ସେଣ୍ଟର ଓ ପଡିଆ ଭିତରେ ବାହାରେ ୱାଚ ଟାୱାର ମଧ୍ୟ ରହିଛି । ସରକାର ଓ ପ୍ରଶାସନ ର ବିଭିନ୍ନ ବିଭାଗକୁ ସହଯୋଗ ପାଇଁ କଟକ ଏନସିସି ଗୃପ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତି ରେ ଅଛନ୍ତି।