(ସୁନ୍ଦର କୁମାର ପାଣି)କୋରାପୁଟ : କୋରାପୁଟ ଜିଲ୍ଲା ଲାଷ୍ମୀପୁର ବ୍ଲକ କୋଡିଙ୍ଗାମାଲି ବକ୍ସାଇଟ କମ୍ପାନୀ ପ୍ରତିଷ୍ଠା ବନ୍ଦ କରାଯିବା ଦାବି ସହ ଖଣି ଖନନ ଦାୟିତ୍ୱ ରେ ଥିବା କମ୍ପାନୀ ଦ୍ବାରା ଭତ୍ତା ବନ୍ଦ କରିବା ଦାବି ନେଇ ଲାଷ୍ମୀପୁର ଥାନାକୁ ଗୁରୁବାର ସନ୍ଧ୍ୟା ଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଘେରାଉ କରିବା ଓ ପରେ ମାଇନ୍ସ ରାସ୍ତା ଅବରୋଧ ଘଟଣାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ। ପୁଲିସ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ଗିରଫ କରି ଶୁକ୍ରବାର ବିଳମ୍ବିତ ରାତ୍ରରେ କୋର୍ଟ ଚାଲାଣ କରିଥିଲେ। ଏମାନଙ୍କ ମଧ୍ୟରେ ୬ଜଣ ମହିଳା ଅନ୍ତର୍ଭୁକ୍ତ ଥିଲେ।ଆରମ୍ଭ ରୁ ଆନ୍ଦୋଳନରେ ସାମିଲ ଥିବା ଓ ନେତୃତ୍ୱ ନେଉଥିବା ଲୋକଙ୍କୁ ପୁଲିସ ଖୋଜୁଥିବା ବେଳେ ସେମାନେ ଆତ୍ମାଗୋପନ କରି ଗିରଫ ବ୍ୟକ୍ତିଙ୍କୁ ଜାମିନରେ ଆଣିବା ସକାଶେ କୁଆଡେ ବ୍ୟସ୍ତତାରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ଅତ୍ୟନ୍ତ ଦୁଖଦାୟକ ଏବଂ ଏହି ପ୍ରସଙ୍ଗରେ ଲୋକସଭାରେ ଉଠାଯିବ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍କା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକପ୍ରତିନିଧି ଓ ବିଧାୟକ ଏନେଇ କୌଣସି ପ୍ରକାର ମୁହଁ ଖୋଳୁନଥିବା ଜଣାପଡିଛି।ଗତକାଲି ଗିରଫଙ୍କ ମଧ୍ୟରେ ସପକ୍ଷବାଦୀ ସମ୍ପର୍କୀୟ ମଧ୍ୟରହିଥିବାଯାଇଥିବା ବେଳେ ସପକ୍ଷବାଦୀ ର ମୁଣ୍ଡ ବ୍ୟଥା ବଢିଯାଇଛି। ଖଣି ଖନନ କାର୍ୟ୍ୟ ନେଇ ଥାନା ଘେରାଉ କରିବା ବଡ ଭୁଲ ୨୨ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଥାନା କୁ ଅଚଳ କରିଥିବା ହେତୁ ବାଧ୍ୟ ହୋଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନିଆଯାଇଛି ବୋଲି ଆଇଆଇସି ଗୌରହରି ସାହୁ କହିଛନ୍ତି।