(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଆଜି ସକାଳେ ବାଣପୁର ଥାନା ଚିଲିକା ବ୍ଲକ ଅନ୍ତର୍ଗତ ନଇରି ବଡ ସାହିରେ ଥିବା ଏକ ଭଡା ଘରୁ ଜଣେ ନବ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଦମ୍ପତି ଗତ କିଛିଦିନ ହେବ ଏଠାରେ ଘର ଭଡା ନେଇ ରହୁଥିଲେ । ସେମାନେ ୫ ମାସ ତଳେ ପ୍ରେମ ବିବାହ କରିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ବାଣପୁର ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ ରହିଛି ।