ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ

ରାଉରକେଲା: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ରାଉରକେଲାର ଜଣେ ବରିଷ୍ଠ ଶାଖା ପରିଚାଳକ ଜ୍ଞାନେନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । ଜଣେ ଆକାଉଣ୍ଟ ହୋଲ୍ଡରଙ୍କ ୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ପରିଚାଳକଙ୍କୁ ପାନପୋସ କୋର୍ଟକୁ ଫୱାର୍ଡ କରିଛି । ପଣ୍ଡା ରାଉରକେଲା ମେନ ବ୍ରାଞ୍ଚରେ ୨୦୧୦ରୁ ୨୦୧୭ ମଧ୍ୟରେ କାର୍ଯ୍ୟକରୁଥିଲେ ।