କାନ୍ଥ ପଡି ୫ ମୃତ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର ରାତିରେ ଏକ ପାଚେରି ପଡି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ପାଚେରି ତଳେ ପୋତି ହୋଇଥିଲେ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଅମ୍ବାଲାରେ। ଅମ୍ବାଲାର କ୍ୟାଣ୍ଟନ୍ମେଣ୍ଟରେ ଥିବା ରାଜପ୍ରାସାଦର ପାଚେରି ପଡି ଯିବାରୁ ପାଚେରି କଡରେ କୁଡିଆ କରି ରହୁଥିବା ଲୋକେ ଏଥିରେ ପୋତି ହୋଇ ପଡିଥିଲେ ।
କ୍ୟାଣ୍ଟନମେଣ୍ଟରେ ଥିବା ରାଜପ୍ରାସାଦ ପାଚେରୀକୁ ଲାଗି କିଛି ଲୋକ କୁଡିଆ କରି ରହି ଆସୁଥିଲେ । ଗତକାଲି ରାତିରେ ହଠାତ୍ ପାଚେରି ଖସିପଡିଥିଲା । ଫଳରେ ପାଚେରି କଡରେ ଥିବା ଘରଗୁଡିକ ପାଚେରି କାନ୍ଥ ତଳେ ଆସି ଯାଇଥିଲା । ଏଥିରେ ୩ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍୍ୟୁ ହୋଇଛି । ପ୍ରାସାଦରେ ପଛପଟେ ସରକାର ପାର୍କିିଂ ଫ୍ଲେସ କାମ କରୁଛନ୍ତି । ପାର୍କିଂ ପାଇଁ କାମ ହେଉଥିବାରୁ ପାଚେରିର ମୁଳୁଦୁଆ ଦୁର୍ବଳ ହୋଇ ଖସି ପଡିଥିବା କୁହାଯାଉଛି ।