କଟକ:ଜଗନ୍ନାଥ ପ୍ରସାଦ ମହାନ୍ତି :କଟକ ଜିଲ୍ଲା ପ୍ରଶାସନ ଓର୍ମାସ୍ ର ମିଳିତ ଆନୁକୁଲ୍ୟରେ ଆଜି ବାରବାଟି ଷ୍ଟାଡିୟମ୍ ସ୍ଥିତ ବାରବାଟି ପାଲେସ୍ ଠାରେ ମା ଶକ୍ତି ବ୍ରାଣ୍ଡ୍ ସାମଗ୍ରୀ ଉଦ୍ଘାଟନ ହୋଇଯାଇଛି।ମହିଳା ମାନଙ୍କ ଦ୍ଵାରା ହଳଦୀ,ଆଚାର,ବିଭିନ୍ନ ପ୍ରକାର ହସ୍ତ୍ ଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଯାଇଛି।ଏହି ଉତ୍ପାଦନ ସାମଗ୍ରୀର ଏକ ମେଳା ତିନି ଦିନ ଧରି ଚାଲିବ। କଟକ ମେୟର ସୁବାସ ସିଂହ ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ମା ଶକ୍ତି ବ୍ରାଣ୍ଡ କୁ ଉଦଘାଟନ୍ କରି କହିଲେ ସରକାରଙ୍କ ପକ୍ଷ୍ୟରୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି ମା ଶକ୍ତି ବ୍ରାଣ୍ଡ ଯୋଜନା ଏକ ସଫଳ ଯୋଜନା ମହିଳା ମାନେ ବିଶେଷ ଭାବରେ ଏହି ଯୋଜନାରେ ଉପକୃତ ହୋଇପାରିବେ।ମହିଳା ସଶକ୍ତିକରଣ କୁ ଶକ୍ତିଶାଳୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀର ମାର୍କେଟିଙ୍ଗ ପାଇଁ ଓର୍ମାସ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ଏହା ଦ୍ବାରା ମହିଳା ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ଘଟିବ।ଏହି କାର୍ୟ୍ୟକ୍ରମକୁ “କଟକ କାଇଟ୍” ଉତ୍ସବ ଭାବରେ ବିବେଚନା କରାଯାଇଛି। ଓର୍ମାସ୍ ର ନିର୍ଦେଶକ ବିପିନ ରାଉତ୍, ସି ଏମ ସି ର ଡେପୁଟି କମିଶନର ସୁମିତ୍ରା ସରକାର,ଏସ ଏଚ୍ଚ ଜି ର ନିର୍ଦେଶକ ସ୍ୱାଗତିକା ପରିଡା ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ୨୫ରୁ ଉର୍ଦ୍ଧ୍ବ ମହିଳାମାନେ ସେମାନଙ୍କର ଉତ୍ପାଦନ ସାମଗ୍ରୀ କୁ ବିକ୍ରି ପାଇଁ ପ୍ରଦର୍ଶିତ କରିଛନ୍ତି।