(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ଚଳିତ ଥର ଦଶହରା ଅବସରରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି।ଏଥିମଧ୍ୟରୁ ପ୍ରଥମଟି ହେଲା ‘ମିଷ୍ଟର ମଜନୁ’। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଆଜି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏଥିରେ ବାବୁସାନ୍, ଶୀତଲ,ସୂରମୟୀ , ଦିବ୍ୟା, ମିହିର ଦାସ ଏବଂ ରାଇମୋହନଙ୍କୁ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦେଇନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର। ବାପୁ ଗୋସ୍ୱାମୀ ଏବଂ ଡ଼ ନିର୍ମଳ ନାୟକ ଏହାର ଗୀତିକାର।
ସେହିପରି ଦିତୀୟଟି ହେଲା ଏଥର ଦଶହରା ଅବସରରେ ସାର୍ଥକ ଫିଲ୍ମସର ୨୭ତମ ଚଳଚ୍ଚତ୍ର ‘ଦିସ ଇଜ ମାୟାରେ ବାୟା’ ବି ରିଲିଜ୍ ହେଉଛି। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍ , ସ୍ୱରାଜ, ଏବଂ ଏଲିନାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ସୀତାରାମ ଅଗ୍ରଓ୍ବାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର ।