୩ଦିନ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ମଣ୍ଡିରୁ ଉଠାଯିବ ଧାନ

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଲୋକସେବା ଭବନ ଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ଼ ଚିନିକଳ ଓ ରାଜ୍ୟରେ ଥିବା ସମବାୟ ସମିତିରୁ ବଳକା ଧାନ ଉଠିନଥିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ମଣ୍ଡିରୁ ଧାନ ଉଠାଯିବ ବୋଲି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।