୧୨କେଜି ଗଞ୍ଜେଇ ଜବତ

(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସ ପେଟ୍ରୋଲିଂ ବେଳେ ୧୨ କେଜି ଗଂଜେଇ ସହ ଗୋଟିଏ ମୋଟର ସାଇକେଲକୁ ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ଜଣେ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଥିବାବେଳେ ଦାନ୍ତଲିଙ୍ଗି ଛକ ନିକଟରୁ ପୋଲିସ ଜବତ କରିଥିବା ଜଣାପଡିଛି । ତେବେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ଗୋଟିଏ ମୋଟର ସାଇକେଲରେ ଜଣେ ଯୁବକ ଗଂଜେଇ ନେଇ ଯାଉଥିବା ବେଳେ ଧରାପଡିଛି । ଗିରଫ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳର ଶତପଥୀ ମାଝୀ । ଜବତ ଗଂଜେଇ ଦାରିଙ୍ଗବାଡି ଅଂଚଳରୁ ବ୍ରହ୍ମପୁରକୁ ଚାଲାଣ କରାଯାଉଥିବା ପୋଲିସର ତଦନ୍ତରୁ ଜଣାପଡିଛି ।