(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଗୃହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିଛି । ଆଜି ୟେସ୍ ବ୍ୟାଙ୍କ ଟଙ୍କା ଜମା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଛି । ଗୃହ କମିଟି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ । ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିବା ଜଣାପଡ଼ିଛି । ଏହାସହ ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଭ୍ୟ ପ୍ରତିବାଦ କରିଛନ୍ତି । ଏନେଇ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।