ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ କୋର୍ଟ ପରିସରରେ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଇ ସେବାକେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ଉଦଘାଟନ କରିଥିଲେ । ଜନସାଧାରଣ ଓ ଓକିଲ ମାନଙ୍କ ସୁବିଧା ନିମନ୍ତେ ସବୁ ଇ ଫାଇଲିଂଙ୍ଗ କରାଯାଇପାରିବ, ଅନଲାଇନରେ ସବୁ ସୁବିଧା ଉପଲବ୍ଧ ହୋଇପାରିବ । ଆଜିର କାର୍ଯ୍ୟକ୍ରମରେ ଜେ ଏମ ଏଫ ସି ବିଚାରପତି ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ଆଇନଜୀବୀ ମୁକ୍ତିରମ ସାବତଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଓ କୋର୍ଟର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।