(ଟୁକୁନା ଖରା / ନବରଙ୍ଗପୁର): ନବରଙ୍ଗପୁର ସହର ହୀରଲୀ ନିକଟସ୍ଥ ଅନ୍ୱେଶା ହଷ୍ଟେଲର ରୋଷେୟା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଯେ ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଡଙ୍ଗରିପାରା ଗ୍ରାମର ଗୁରୁବାରୀ ଗଣ୍ଡ ଗତ ଚାରି ବର୍ଷ ଧରି ନବରଙ୍ଗପୁର ହୀରଲୀ ନିକଟସ୍ଥ ଅନ୍ୱେଶା ହଷ୍ଟେଲରେ ରୋଷେୟା ଭାବେ କାର୍ୟ୍ୟରତ ଥିଲେ । ଗତକାଲି ରାତିରେ ହୋଷ୍ଟେଲ ରାତ୍ରି ଭୋଜନ ରୋଷେଇ ପରେ ସମସ୍ତେ ଶୋଇଯାଇଥିଲେ। ତେବେ ଆଜି ସକାଳୁ ଜଳଖିଆ ରୋଷେଇ ପାଇଁ ଗୁରୁବାରୀଙ୍କୁ ବହୁତ ଖୋଜିବାପରେ ମଧ୍ୟ ତାଙ୍କୁ ପାଇ ନଥିଲେ ଏବଂ ଫୋନ କଲ ମଧ୍ୟ ରିସିଭ କରୁନଥିଲେ । ସମସ୍ତେ ଆଖପାଖ ଅଞ୍ଚଳ ଖୋଜୁଥିବା ବେଳେ ହଷ୍ଟେଲଠୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ କାଜୁବାଡ଼ରେ ଜଣେ ଯୁବତୀ ଓଢଣି ଲଗାଇ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ଖବର ପାଇବା ପରେ ଉକ୍ତ ଯୁବତୀ ଜଣକ ହୋଷ୍ଟେଲ ରୋଷେୟା ଗୁରୁବାରୀ ବୋଲି ଜାଣିବାକୁ ପାଇଥିଲେ । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରିରଖିଛି।