ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ତାଣ୍ଡବ ଲୀଳା

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ସୀମାନ୍ତ ଛତିଶଗଡ ବିଜାପୁର ଓ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବା ପାଇଁ ନିରୀହ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିବା ସୂଚନା ମିଳିଛି କ୍ଷ ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡା ଥାନାଠୁ କିଛି ଦୂରରେ ଏକ ଟାଟା ସୁମୋ ଗାଡିକୁ ଆଇ.ଇ.ଡି ବିସ୍ଫୋରଣରେ ମାଓବାଦୀମାନେ ଗାଡିଟିକୁ ଉଡ଼ାଇଦଇଛନ୍ତି । ଏଥିରେ ଗାଡିଟି ସମ୍ପୂର୍ଣ ଭାବେ ନଷ୍ଟ ହେବା ସହ ଦୁଇ ଜଣ ଗଭୀର ଆହତ ହୋଇଛନ୍ତି କ୍ଷ ଏହି ଘଟଣାଟି ବାସାଗୁଡା ତରେମ ଅନ୍ତର୍ଗତ ରାଜପେଟା ନିକଟରେ ମାଓବାଦୀ ଦ୍ୱାରା ବିସ୍ଫୋରଣ କରାଯାଇଛି କ୍ଷ କିନ୍ତୁ ଏଥିରେ ଦୁଇଜଣ ନିରୀହ ଗ୍ରାମବାସି ଏହାର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରେ ଗାଡି ମାଲିକ ମହମଦ ଇକଵାଲ ଆନସାରୀ ଓ ଅନ୍ୟ ଜଣେ ମୋଟର ମେକାନିକ ବଳରାମ ପ୍ରଧାନ କ୍ଷ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷାବଳ ପହଞ୍ଚି ସର୍ଚ୍ଚ ଅପେରସନ ଆରମ୍ଭ କରିଛନ୍ତି । ବିସ୍ଫୋରଣରେ ଆହତ ହୋଇଥିବା ଦୁଇ ଜଣ ଗ୍ରାମବାସିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି କ୍ଷଏସ.ପି. କମଳଲୋଚନ କଶ୍ୟପ ଏହି ଆଇ.ଇ.ଡି. ବିସ୍ଫୋରଣର ପୁଷ୍ଟି କରିଛନ୍ତି ସେପଟେ ଦାନ୍ତେୱାଡା ଜିଲ୍ଲାର ହାନ୍ଦକ୍ଷବାଡା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି । ଏହା ପରେ ସମସ୍ତ ଗ୍ରାମବାସିଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାର ପୁଷ୍ଟି ଦାନ୍ତେୱାଡା ଏସ.ପି. ଅଭିଷେକ ପଲ୍ଲଵଙ୍କ ଦ୍ୱାରା କରାଯାଇଛି । ଉକ୍ତ ଗ୍ରାମରେ ପୋଲିସ ପହଞ୍ଚି ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।