ସୁରକ୍ଷିତ ସ୍ଥାନକୁ ଯିବାକୁ ବିରୋଧ କରୁଛନ୍ତି ଲୋକେ

 (ରିପୋଟରର୍ସ ଟୁଡ଼େ): ଫନି ଆସନ୍ତାକାଲି ଅପରାହ୍ଣରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଂଚଳରୁ ଆଜି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଉଦ୍ୟମ ଆରମ୍ଭ କରିଥିବାବେଳେ ପେଣ୍ଠକଟା, ବଳିଆପଣ୍ଡା ଆଦି ବସ୍ତିରୁ ଲୋକେ ବାହାରି ଯିବାକୁ ନାରାଜ ହେବା ସହ ବିରୋଧ ମଧ୍ୟ କରୁଛନ୍ତି । ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବେ ପେଣ୍ଠକଟା ବସ୍ତିକୁ ଯାଇ ଲୋକମାନଙ୍କୁ କହୁଛନ୍ତି।