(ଓମ ପ୍ରକାଶ ମିଶ୍ର)ସୋନପୁର: ନୂତନ ସଂଶୋଧିତ ମୋଟରଯାନ ଆଇନ କାର୍ଯ୍ୟକାରି ହେବାପରେ ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତକାଲି ରାତିରେ ସଚେତନ କରିବା ସହିତ ଯାଞ୍ଚ କରାଯାଇଥିଲା । ସଡ଼କ ସୁରକ୍ଷାକୁ ନେଇ ସୁବର୍ଣ୍ଣପୁର ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ହୋଇଛନ୍ତି । ବେଆଇନ ଚାଳକଙ୍କୁ ସଚେତନ କରିବା ସହିତ ସୋନପୁର ସହର ର ବ୍ଳକ ଛକ ଠାରେ ଜଗି ରହି ଆଞ୍ଚଳିକ ପରିବହନ ବିଭାଗ ସରକାରୀ ବସ୍ ଗୁଡିକର କାଗଜପତ୍ର ଚେକିଂ କରୁଥିବା ନଜର ଆସିଛି। ସରକାରୀ ବସ୍ ଗୁଡିକର ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ଆଦି ଯାଞ୍ଚ କରି ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ ବିଭାଗର ଜୁନିୟର ଏମ୍ ଭି ଆଇ ଜନ ପ୍ରତାପ କୁଲୁ, ଆଡିସନାଲ୍ ଆରଟିଓ ସୁବାସିସ୍ ସାହୁ, କନେଷ୍ଟବଳ ଲକ୍ଷ୍ମୀ ମଲ୍ଲିକ, ନିତ୍ୟାନନ୍ଦ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।