(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ଗତ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସାରା ରାଜ୍ୟରେ ଲଗାଣ ବର୍ଷା ହୋଇଥିଲା । ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବନ୍ୟା ପରେ ତରଭା ବ୍ଳକ ସହରରେ ଥିବା ଲୋକ ଙ୍କୁ ପ୍ରଶାସନ ତରଫରୁ କୌଣସି ସୁବିଧା ସୁଯୋଗ ନ ମିଳିବା ନେଇ ବିଭିନ୍ନ ସ୍ଥାନରେ ଜିଲ୍ଲାପାଙ୍କୁ ଘେରିଥିଲେ ସାଧାରଣ ଜନତା। କୁମ୍ଭାରପଡା ନୂଆପଡା ଠାରେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ଶତାଧିକ ମହିଳା ପୁରୁଷମାନେ ଘେରି ଉପଯୁକ୍ତ ସୁବିଧା ନ ମିଳିବା ଯାଏ ଛାଡ଼ିବୁ ନାହିଁ ବୋଲି ଯୁକ୍ତି କରିଥିଲେ ।ବହୁ ସମୟ ଯୁକ୍ତି କରିବା ପରେ ପୋଲିସ ସାହାଯ୍ୟ ରେ ଜିଲ୍ଲାପାଳ କୁ ସେଠାରୁ ବାହାର କରାଯାଇ ଥିଲା।