ସାବଧାନ ନବରଙ୍ଗପୁର ଜିଲ୍ଲାରେ ନକଲି କ୍ଷୀର

(ଟୁକୁନା ଖରା) ନବରଙ୍ଗପୁର: ସାବଧାନ ନବରଙ୍ଗପୁର ଜିଲ୍ଲାରେ ନକଲି କ୍ଷୀର, ତାହା ପୁଣି ଉମରକୋଟରେ ଦେଖିବାକୁ ମିଳିଛି ।ଏ ଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି । ନବରଙ୍ଗପୁର ଜିଲ୍ଲାରେ ସକାଳୁ ସକାଳୁ ଲୋକମାନେ କ୍ଷୀର ପାଇଁ ଦୋକାନ,ବଜାର କୁ ଯାଇଥାନ୍ତି । ଏହି କ୍ଷୀରକୁ ଛୋଟ ଛୋଟ ପିଲା ମାନଙ୍କଠୁ ଆରମ୍ଭ କରି ବୁଢା ବୁଢୀ ମା ମାନେ କ୍ଷୀର ପିଇଥାଆନ୍ତି। କିନ୍ତୁ ଉମରକୋଟର ଗୋଟିଏ ଦୋକାନ ରେ ଜଣେ ଯୁବକ କ୍ଷୀର କିଣିନେଇଥିଲେ । ସେ ୩୦ ମିନିଟ କ୍ଷୀରକୁ ଗରମ କରିଥିଲେ । କିନ୍ତୁ କ୍ଷୀରରେ ସର ପୋଡ଼ିନଥିଲା ଓ କ୍ଷୀରରେ ୪ଟି ଲେମ୍ବୁ ପକାଇଥିଲେ କ୍ଷୀର ନଛିଡିବାରୁ ଯୁବକ ଜଣଙ୍କ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କିଛି ଯୁବକ ଯାଇ ଏହି ସମସ୍ତ ଘଟଣା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମରାଜ ମାଝୀଙ୍କୁ ଜଣାଇଥିଲେ । ଏହି ଦୋକାନରୁ କିଛି କ୍ଷୀର ଫୂଡ଼ ସିକ୍ୟୁରିଟି ଅଫିସର ନେଇଛନ୍ତି । କ୍ଷୀର ଟେଷ୍ଟଟିଙ୍ଗ ହେଲାପରେ ହିଁ ଏହାର ସତ୍ୟ ବାହାରକୁ ଆସିବ ବୋଲି କହିଛନ୍ତି । ଯଦି କ୍ଷୀର ନକଲି ହେଇଥାଏ ତାହାହେଲେ ଦୋକାନ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ନବରଙ୍ଗପୁର ଜିଲ୍ଲାବାସୀ ମାନେ ଦାବୀ କରିଛନ୍ତି ପ୍ରତ୍ୟେକ କ୍ଷୀର ବିକ୍ରୀ ଦୋକାନ ତଦନ୍ତ ହେବା ଦରକାର । ଦୋଷୀ ଦଣ୍ଡ ମିଳିବା ଦରକାର ।କିଛି ଘଟଣା ଘଟିବା ଆଗରୁ ଜିଲ୍ଲା ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେବା ଦରକାର ।