(ଜୟନ୍ତ ସେଠୀ) ଗୋପ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଇ-ନାମ ବଜାର ପାଇଁ ଚାଷୀ , ବ୍ୟବସାୟୀ ଓ ନଡିଆ ଚାଷୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସାକ୍ଷୀଗୋପଳ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କମଳ କୁମାର ଆଚାର୍ୟ୍ୟ ଶିବିରରେ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ-ନାମ ଅର୍ଥାତ ଇଣ୍ଟରନେଟ ମାଧ୍ୟମରେ ନଡିଆ କିଣା ବିକା ସହିତ ଚାଷୀ ମାନଙ୍କ ଆକଉଣ୍ଟକୁ ଅର୍ଥ ଦେଣ ନେଣ କରିବା ପାଇଁ ଏବେ ଆଇନ କରାଯାଇଛି ।
ଏହି ଆଇନରେ ସମସ୍ତ ବ୍ୟବସାୟୀ ନାମ ପଞ୍ଜିକରଣ କରିବାକୁ ପଡିବ । ସମସ୍ତ ବ୍ୟବସାୟୀ ଇ-ନାମ ମାଧ୍ୟମରେ ରାଜ୍ୟ ତଥା ଅନ୍ୟ ରାଜ୍ୟ ସହିତ କିଣା ବିକା କରିବାର ସୁବିଧା ରହିଛି । ଏହି ସୁବିଧା ନେବା ପାଇଁ ଉପସ୍ଥିତ ଅଧିକାରୀ ମାନେ ଚାଷୀ ଓ ବ୍ୟବସାୟୀ ମାନଙ୍କୁ ରାଜ୍ୟ ଓସମା ବୋର୍ଡର ସଂଯୋଜକ ପ୍ରସନ୍ନ ଜିତ ସାହା, ଭାରତ ସରକାରଙ୍କ ମାକେଟିଂ ଇନିସପେକ୍ଟର ଅନୁପମ କୁମାର ଯୋଗଦେଇ ଚାଷୀ ମାନଙ୍କୁ ନଡିଆ ବ୍ୟବସାୟ ସମ୍ପର୍କରେ ଆଲେକପାତ କରିଥିଲେ । ବ୍ୟବସାୟୀ ମାନେ ଇ-ନାମ କାର୍ୟ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ସଚେତନତା ଓ ଇ-ନାମ ରେ ମୋବାଇଲି ଦ୍ୱାରା ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ତାଲିମ ଦେବା ନିମନ୍ତେ ଅଖିଳ ଭାରତ ନଡିଆ ଉତ୍ପାଦକ ମହାସଂଘର ରାଜ୍ୟ ସଭାପତି ହୃଷିକେସ ମିଶ୍ର କହିଥିଲେ । ବ୍ୟବସାୟୀ ଅମର ନନ୍ଦ, ଚାଷୀ ପ୍ରଫୁଲ କୁମାର ମିଶ୍ର, ବିଶ୍ୱଜିତି ଶତପଥୀ ନଡିଆ ଚାଷ ଓ ବିକ୍ରୟ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବ୍ୟବସାୟୀ ସନାତନ ନାୟକ, ଦେବଦତ୍ତ ସାମନ୍ତରାୟ, ପ୍ରସନ୍ନ ଜିତି ଘୋଷ, ବୈକୁଣ୍ଠ ପଣ୍ଡା ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରି ସେମାନଙ୍କର ଅସୁବିଧା ସମ୍ପର୍କରେ କହିଥିଲେ ।