ସମସ୍ତ ସ୍କୁଲରେ ସ୍ମାର୍ଟ କ୍ଲାସ୍ ଦ୍ବାରା ଦିଆଯିବ ଶିକ୍ଷାଦାନ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲାରେ ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ ଦ୍ବାରା ଶିକ୍ଷାଦାନ କରାଯିବ।ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।ଏହି ବୈଠକରେ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଶୌଚାଳୟର ସଫେଇ କାର୍ୟ୍ୟରେ ଅଧକ୍ଷ ପ୍ରଥମେ ନିଜକୁ ନିୟୋଜିତ କରନ୍ତୁ। ଅଧକ୍ଷ ସଫେଇ କଲେ ଅନ୍ୟ ଶିକ୍ଷକ, ଛାତ୍ରଛାତ୍ରୀ ସଫେଇ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।