(ଜୟନ୍ତ କୁମାର ସେଠୀ)ଗୋପ: କୋଣାର୍କ ଜୁଣେଇ ଛକ ଠାରେ ପର୍ୟ୍ୟଟକଙ୍କର ଗାଡି ଦୁର୍ଘଟଣା ଗସ୍ତ । ସୁଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲାର କିଛି ପର୍ଯ୍ୟଟକ କୋଣାର୍କ ସୂର୍ୟ୍ୟ ମନ୍ଦିର ଚନ୍ଦ୍ରଭାଗା ବୁଲିବାକୁ ଯାଉଥିବା ସମୟରେ କୋଣାର୍କ ଜୁଣେଇ ଛକ ଠାରେ ପର୍ୟ୍ୟଟକଙ୍କ ଗାଡ଼ିଟି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୭ଜଣ ଗୁରୁତର ହେବା ଜଣାପଡ଼ିଛି। କୌଣସି ସୁତ୍ରରୁ ଖବର ପାଇ ଗୋପ ଅଗ୍ନିଶମ କର୍ମଚାରୀ ବିଭାଗ ଘଟଣାସ୍ଥଳରେ ପହଂଚି ଗୁରୁତର ମାନଙ୍କୁ ପ୍ରଥମେ ଗୋପ ମେଡିକାଲ ରେ ଭର୍ତି କରାଯାଇଥିଲା। ପରେ ଜଣଙ୍କର ଅବସ୍ଥା ସଙ୍କଟାପନ ହେବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।