ଶୁଭଫଳ ପାଇଁ ଆକ୍ୱାରିୟମ

(ଭୁବନେଶ୍ୱର/ରିପୋର୍ଟସଟୁଡେ): ଘରର ଦକ୍ଷିଣ-ପୂର୍ବ ଦିଗ ଧନ ସମ୍ପଦ ପାଇଁ ଉଦ୍ଦିଷ୍ଟ। ତେଣୁ ଏହି ଦିଗରେ ଆରୋଓ୍ବାନା ମାଛର ଆକ୍ୱାରିୟମ ରଖିବା ଦ୍ୱାରା ଧନ ସମ୍ପଦରେ ଅଭିବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।
ବୃତ୍ତି କ୍ଷେତ୍ରରେ ଉନ୍ନତି ଲାଗି ଘରର ଉତ୍ତର ଦିଗରେ ଆକ୍ୱାରିୟମ ରଖନ୍ତୁ।
ଘରର ପୂର୍ବ ଦିଗରେ ଆକ୍ୱାରିୟମ ରଖିବା ଦ୍ୱାରା ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତ ହୋଇଥାଏ।
ଆକ୍ୱାରିୟମ ରଖିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
ଆକ୍ୱାରିୟମରେ ଯଦି କୌଣସି ମାଛ ମରିଯାଏ ତେବେ ଏହା ଘରକୁ ଆସୁଥିବା କୌଣସି ବିପଦ ଟଳିଯିବାର ସଙ୍କେତ ଦେଇଥାଏ।
ଡାକ୍ତରୀ ବିଜ୍ଞାନ ଅନୁଯାୟୀ ମାଛଙ୍କୁ ଆକ୍ୱାରିୟମରେ ପହଁରୁଥିବାର ଦେଖିବାଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ଭୋକିଲା ମାଛଙ୍କୁ ଖାଦ୍ୟ ଦେବା ଆପଣଙ୍କ ଉତ୍ତମ କର୍ମକୁ ସୂଚାଇଥାଏ।