(ତ୍ରିଲୋଚନ ରାଉତ)ରିପୋର୍ଟସଟୁଡେ: ରାଜ୍ୟରେ ପୁଣି ବଦଳିଲା ଶିକ୍ଷା ବ୍ୟବସ୍ଥା । ସ୍କୁଲରେ ପିଲାଙ୍କ ପାଠପଢା ସମୟ ଉପରେ ଦିଆଗଲା ଗୁରୁତ୍ୱ । ଇଂରେଜୀ,ଗଣିତ ଓ ବିଜ୍ଞାନ ପାଠପଢା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି, କାରଣ ପ୍ରତିବର୍ଷ ପିଲାମାନେ ଏହି ବିଷୟ ଗୁଡ଼ିକରେ କମ୍ ନମ୍ବର ରଖୁଛନ୍ତି ବା ସେହି ସବୁ ବିଷୟରେ ଫେଲ ହେଉଛନ୍ତି । ପୂର୍ବରୁ ଅନ୍ୟ ସବୁ ପିରିୟଡ ଭଳି ଏହି ପିରିୟଡ ଗୁଡିକ ମଧ୍ୟ ୪୫ ମିନିଟର ପଢା ଯାଉଥିଲା । କିନ୍ତୁ ଏବେ ଏହି ତିନୋଟି ବିଷୟର ପିରିୟଡ ସମୟକୁ ବର୍ଦ୍ଧିତ କରାଯାଇଛି । ଏହା ୪୫ ମିନିଟ ବଦଳରେ ଦେଢ ଘଣ୍ଟା ପର୍ଯ୍ୟନ୍ତ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
କିନ୍ତୁ ଏହି ଘୋଷଣାକୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି । ଏହି ଘୋଷଣା କରିବା ଆଗରୁ ଶିକ୍ଷକମାନଙ୍କର ପରାମର୍ଶ ନେବାର ଥିଲା ବୁଦ୍ଧିଜୀବୀ ମାନେ କହିଛନ୍ତି ।