(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନାଠାରୁ ଅଳ୍ପ ଦୂରରେ କୁଚେଈବୁଢି ପୂର୍ଣେଶ୍ବର ମନ୍ଦିର ସାହାଡା ଗଛରେ ଝୁଲନ୍ତା ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ସୂଚନାଯୋଗ୍ୟ ଵହଳଦା ବ୍ଲକର ହଳଦିବଣି ଗ୍ରାମର ବାବୁଲାଲ ଖୁଣ୍ଟିଆ(୩୫) ବୋଲି ଜଣାପଡିଛି । ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଗଛରେ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ମୃତକକୁ ଗଛରୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲେ । ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟଵଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଘଟଣାର ଛାନଭିନ କରୁଛି ।