ଯଉଁରାଭଉଁରାରେ କ୍ଲିନ ଇଣ୍ଡିଆ କାର୍ୟ୍ୟକ୍ରମ

(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଂଚାୟତ ସଦର ଗାଁରେ ଆଜି ମା’ କନ୍ଧେନବୁଢି ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗାଁ ଓ ସ୍କୁଲ ପରିସର ସଫା କରିଥିଲେ ।କାର୍ୟ୍ୟ କ୍ରମରେ ସାମାଜିକ କର୍ମୀ ସତ୍ୟ ମେଣ୍ଡିଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କମିଟି ର ସଭ୍ୟମାନଙ୍କୁ କ୍ଲିନ ଇଣ୍ଡିଆ କାର୍ୟ୍ୟକ୍ରମରେ ନିଜ ଆଖପାଖ ଅଂଚଳକୁ ସଫା ରଖିଲେ ଯାଇ କ୍ଲିନ ହେବ ଇଣ୍ଡିଆ ବୋଲି କହିଥିଲେ।