ମୃତ୍ୟୁ ପରେ ବି ବିପିନ୍ ହୋଇଗଲେ ଅମର

(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): କବି ସୂର୍ଯ୍ୟନଗର ଭାଟପଡା ଗାଁର ବିପିନ୍ ଆଣିଲେ ଗଂଜାମ ଜିଲ୍ଲା ପାଇଁ ଗୌରବ । ୬ଟି ଅଙ୍ଗଦାନ କରି ପାଲଟିଗଲେ ଅମର । କିରଣ ମଲ୍ଟି ସୋସାଲିଷ୍ଟି ହସ୍ପିଟାଲରେ ଚିକିତ୍ସା ଧିନ ବିପିନଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ହୋଇ ଯାଇଥିବା ଘୋଷଣା କରିବାପରେ ପ୍ରଭାସି ଓଡ଼ିଆ କ୍ରମକତା , ମୋଡିକେଲ୍ ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପିନଙ୍କ ପରିବାରର ଲୋକମାନଙ୍କୁ ଅଙ୍ଗ ଦାନ ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ବି ପରିବାର ପକ୍ଷରୁ ରାଜି ହେବାରୁ ଶନିବାର ଦିନ ୨ ଟା ସମୟରେ ଆରମ୍ଭ ହୋଇ ରାତ୍ର ୧୦ ପର୍ଯ୍ୟନ୍ତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ଚଲିଥିଲା।ଏଥିପାଇଁ ସତତ୍ନ ବ୍ୟବସ୍ଥାର ସହ ବିଭିନ୍ନ ସ୍ଥାନକୁ ବିପିନଙ୍କ ଅଙ୍ଗ ଯାଇଥିଲା । ୬ଟା ଅଙ୍ଗ ଭିତରୁ ୨ଟି କିଡିନୀ ,ଲିଭର ଅହମ୍ମଦାବାଦ ଯାଇଥିବା ବେଳେ ହାର୍ଟ ଟି ବମ୍ବେର ରିଲାଏନ୍ସ ମେଡ଼ିକାଲକୁ ପଠାଯାଇ ଥିଲା ଆଖି ଦୁଇଟି ସ୍ଥାନୀୟ କିରଣ ମେଡ଼ିକାଲରେ ପ୍ରତିରୋପଣ କରାଯାଇଛି ।
ବିପିନ୍ ବ୍ଲଡ ପେଶର ରୋଗରେ ପିଡିତ ଥିଲୋ ସେ ତାଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ହଠାତ ଶରିର ବିଗିଡିବାରେ ଲାଗିଥିଲା ଏଥିପାଇଁ ସେ କିରନ ମେଡ଼ିକାଲ ରେ ୨ଦିନ ରହିବା ପରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ରେ ସୁଧାର ଆଶିନଥିଲା ପରେ ଡଃ ତାଙ୍କୁ ବ୍ରେନ୍ ଡେଟ୍ ଘୋଷଣା କରିଥିଲେ।
ପ୍ରକାଶ ଯେ, ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ନିକଟସ୍ଥ ଭାଟପଡା ଗ୍ରାମର ବିପିନୀ ପ୍ରଧାନ(୫୫) ସୁରାଟରେ ରୁହନ୍ତି ପାଖରେ ସାନ ପୁଆ କୁନା ରହୁଥିବା ବେଳେ ବଡ ପୁଅ ମୁନା ବେଙ୍ଗାଳୁରୁ ରେ ରହନ୍ତି ପରିବାର ଅନ୍ୟ ସଦସ୍ୟ ବାପା ରଘୁନାଥ ପ୍ରଧାନ ଏବଂ ସ୍ତ୍ରୀ ରେଣୁ ପ୍ରଧାନ ନିଜ ଗ୍ରାମରେ ରୁହନ୍ତି।
ଏହି ମହାନ କାଯ୍ୟରେ ପ୍ରଭାସି ଓଡ଼ିଆ ମାନେ ମୋଡିକେଲ୍ ରୁ ଶଶାନ ପଜନ୍ତ ସମସ୍ତ ପ୍ରକାର ସହାୟତା କରିବା ସହ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରନ୍ତି ଏପଟେ ସମସ୍ତ ଗଂଜାମ ବାସି ବି ବିପିନ୍ ଙ୍କ ପରିବାରର ଏହି ମହାନ କାଯ୍ୟ ପାଇଁ ଗର୍ବ ଅନୁଭବ କରୁଥିବା ଦେଖିବାକୁ ମିଳିଛି।