(ଭୁବନେଶ୍ୱର /ରିପୋର୍ଟସଟୁଡେ):କନ୍ଧମାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨୨ଜଣ ଆହତ ହୋଇଛନ୍ତି ।
ବାଲିଗୁଡ଼ା ଥାନା ମହାସିଂହ ନିକଟରେ ଭ୍ୟାନ ଓଲଟି ଦୁର୍ଘଟଣା ହୋଇଛି । ଲୋକଙ୍କୁ ନେଇ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଅଘଟଣରେ ୨୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।