ବିଜେଡିରେ ଚାଲିଛି ମହାମିଶ୍ରଣ ପର୍ବ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ନବୀନ ନିବାସରେ ଆଶୟୀଙ୍କ ଭିଡ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିରେ ଚାଲିଛି ମହାମିଶ୍ରଣ ପର୍ବ । ପ୍ରତିଦିନ ବିଭିନ୍ନ ଦଳର ବହୁ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି । ଆଜି ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି ଓ କଂଗ୍ରେସ କର୍ମୀଙ୍କ ସହ ଜେଏମଏମ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏହାସହ ମୟୂରଭଞ୍ଜ ଜିଲ୍ଲାର ୨ହଜାରରୁ ଅଧିକ କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।