ବଜେଟକୁ ଯୋଗୀ ଆଦିତ୍ୟନାଥଙ୍କ ଶୁଭେଚ୍ଛା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ କେନ୍ଦ୍ର ବଜେଟକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି , ଚଳିତ ବଜେଟ ଦେଶର ଅର୍ଥନୀତିକୁ ବିକଶିତ କରିବ । ଚାଷୀ ଅନୁକୂଳ ବଜେଟ ଓ ବିକାଶମୁଖୀ ବଜେଟ ପାଇଁ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ସୀତାରମଣ ଆଜି ଦ୍ୱିତୀୟ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଇତିହାସର ସବୁଠାରୁ ଲମ୍ବା ବଜେଟ ଉଦ୍ବୋଧନରେ ସୀତାରମଣ ଅର୍ଥ, କୃଷି, ଜଳସେଚନ, ଜଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା, ଟାକ୍ସ, ଉପକରଣ ଆଦିକୁ ସ୍ଥାନ ଦେଇଥିଲେ ।