(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କୁ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଥିବା ବେଳେ ପ୍ରଦେଶ କଂଗ୍ରେସ ମଧ୍ୟ ସହାୟତା ପାଇଁ ହାତ ବଢ଼ାଇଛି । ପିସିସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି, ପୁନରୁଦ୍ଧାର, ଥଇଥାନ, ସହାୟତା ଆଦିକୁ ଲକ୍ଷ୍ୟ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । ପିସିସି ଉପସଭାପତି ସର୍ବଶ୍ରୀ ଶିବାନନ୍ଦ ରାୟ, ଟଜେ୍ଞଶ୍ୱର ବାବୁ, ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ତତ୍ୱାବଧାନରେ ଆସନ୍ତା କାଲି ପୂର୍ବାହ୍ନ ୧୧ଟା ଠାରୁ ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଠାରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍ ଖୋଲାଯିବ । ଏଥିସହ ହେଲପ୍ଲାଇନ ନମ୍ବର ୯୪୩୭୧୯୨୧୬୧, ୮୨୭୦୦୦୭୦୦୦, ୭୪୪୦୦୧୯୧୯୯, ୭୪୪୦୦୧୯୧୯୮, ୯୨୩୭୦୧୦୯୩୯, ୯୯୩୭୯୪୮୮୬୮, ୮୧୧୪୮୦୫୬୧୬, ୭୩୭୭୦୫୮୬୬୨ ଏବଂ ୯୯୩୭୧୭୭୦୪୮ରେ ସହାୟତା ଯୋଗାଇବା ପାଇଁ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି।