( ପୁରୀ /ଜୟନ୍ତ କୁମାର ସେଠୀ): ନିର୍ଵାଚନ ପୂର୍ଵରୁ ପୁଣି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କଲା ବିଜେପି । ଅ।ଜି ପିପିଲି ସାତଶଙ୍ଖ ସ୍ଥିତ ବିଜେପି କାର୍ୟ୍ୟାଳୟ ଠାରେ ଅ।ୟୋଜିତ ସାମ୍ଵାଦିକ ସମ୍ମିଳନୀ ରେ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରି ଶାସନରେ ଥିବା ବିଜୁ ଜନତାଦଳ ଅଂଚଳବାସୀଙ୍କ ପାଇଁ ପ୍ରତାରଣା କରିଛି ବୋଲି ସିଧାସଳଖ ଅଭିଯୋଗ ଅ।ଣିଛି । ପିପିଲି ରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଅ।ଦି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରିବା ଦିଗରେ ବିଫଳ ହୋଇଛନ୍ତି ସ୍ଥାନୀୟ ବିଧାୟକ ବୋଲି ଅଭିଯୋଗ ଅ।ଣିଥିଲା ବିଜେପି । ଏହାଛଡା ପିପିଲି ପିଡିତା ବେବିନା କୁ ନ୍ୟାୟ ମିଳିଗଲା କହି ବିଧାୟକ ମହାରଥୀ ବେବିନା କୁ ଉପହାସ କରିଥିବା ସହିତ ମହିଳା ମାନଙ୍କର ୨ ଗୋଟି ସ୍ଵାମୀ କହି କଟାକ୍ଷ କରି ମହିଳା ମାନଙ୍କ ସମ୍ମାନ ସହିତ ଖେଳ ଖେଳିଛନ୍ତି ବୋଲି ଅଭିଯୋଗ ଅ।ଣିଛି ବିଜେପି । ସେପଟେ ଚଳିତ ନିର୍ଵାଚନରେ ବିଜେପି ଶାସନ କୁ ଅ।ସିଲେ ଶିକ୍ଷା,ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମସ୍ୟା ସମାଧାନ ହେବା ସହିତ ଅଂଚଳର ବିକାଶ ଦିଗରେ ଗୁରୁତ୍ଵ ଦିଅ।ଯିବ ବୋଲି ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ ମତ ରଖିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ଵାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ଉପସଭାପତି ଜନ୍ନେଜୟ ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ବିଜେପି ବରିଷ୍ଠ ନେତା ଡ. ନବ କିଶୋର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।