(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ଆଜି ପୂର୍ବଖଣ୍ଡ ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପୌରାଞ୍ଚଳ ଗୀତା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶଙ୍କର୍ଷଣ ପାଠିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ ସହ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଯୋଗଦେଇ ସମାଜର ନୂତନ କାର୍ୟ୍ୟାଳୟ ଶୁଭ ଉଦଘାଟନ କରିଥିଲେ।ସମାଜ ପକ୍ଷରୁ ଅଞ୍ଚଳର ୬୦ରୁ ଉର୍ଦ୍ଧ୍ୱ ଅସହାୟ ମହିଳାଙ୍କୁ ବସ୍ତ ବଣ୍ଟନ କରାଯିବା ସହ ଗୀତା ଭବନ ଠାରେ ବହୁ ତୁଳସୀ ଚାରା ରୋପଣ କରାଯାଇଥିଲା। ଏହି ବୈଠକରେ କୂଳ ପୁରୋହିତ ମାନଙ୍କ ସମସ୍ୟା ଉପରେ ଆଲୋଚନା ହେବା ସହ ଆଗାମୀ ଦିନରେ ଗରିବ ଶ୍ରେଣୀର ବ୍ରାହ୍ମଣ ଶିଶୁମାନଙ୍କୁ ମାଗଣା ଶାସ୍ତ୍ରୀୟ ଭାଷା ଶିକ୍ଷା ପ୍ରଦାନ କରାଯିବ ବୋଲି ସଭାପତି କହିଛନ୍ତି। ଏହି ବୈଠକରେ ଉପସଭାପତି ନୀଳାମ୍ବର ପାଢ଼ୀ, ସମ୍ପାଦକ କୈଳାଶ ଚନ୍ଦ୍ର ପଣ୍ଡା, ସହସମ୍ପାଦକ ଅଖିଳାନନ୍ଦ ତ୍ରିପାଠୀ, କୋଷାଧ୍ୟକ୍ଷ ରାମକୃଷ୍ଣ ପାଢ଼ୀ,ସହ କୋଷାଧ୍ୟକ୍ଷ ଜୟକୃଷ୍ଣ ପାଢ଼ୀ, ଜଗନ୍ନାଥ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ବିମଳ ଖାଡଙ୍ଗା, ସୂର୍ୟ୍ୟନାରୟଣ ପାଢ଼ୀ, ସମେତ ହିଞ୍ଜିଳିକାଟୁ ବ୍ଲକ ପୂର୍ବଖଣ୍ଡ ତାଲୁକା ବୈଦିକ ବ୍ରାହ୍ମଣ ସମାଜର ଅନେକ ପୁରୋହିତ ଏହି କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।