(ରିପୋଟରର୍ସ ଟୁଡ଼େ): ସାମୁଦ୍ରିକ ବାତ୍ୟା ‘ଫନି’ ର ପ୍ରଭାବରେ ପୁରୀ ଠାରୁ ୪୫୦ କି.ମି ରହିଥିଲେ ମଧ୍ଧ୍ୟ ବଙ୍ଗୋପସାଗର କୂଳ ଲଙ୍ଘିବା ଆରମ୍ଭ କଲାଣି। ଏବେ ବେଳାମାର୍ଗ ଠାରେ ସମୁଦ୍ର ମାତ୍ର ୨୦ ଫୁଟ୍ ଦୂରରେ ରହିଥବା ବେଳେ ଉତ୍ତାଳ ଲହରି ମାଡ଼ି ଆସି ମାଟି ଧୋଇ ନେଇ ଥିବାରୁ ସେଠାରେ କୃତ୍ରିମ ଜଳାଶୟ ସୃଷ୍ଟି ହେବା ପରି ଦିଶୁଛି। ପ୍ରଶାସନ ତରଫରୁ ସମୁଦ୍ର କୂଳରେ ଲାଲ୍ ପତାକା ଲଗାଯାଇଛି। ଦଉଡ଼ି ବନ୍ଧା ଯାଇ, ତାହାକୁ ନ ଟପିବା ପାଇଁ ପର୍ୟ୍ୟଟକମାନଙ୍କୁ ସତର୍କ କରାଇ ଦିଆ ଯାଇଛି। ହୁଇସିଲ୍ ଧରି ଲାଇଫ୍ଗାର୍ଡମାନେ ସମୁଦ୍ର କୂଳରେ ବୁଲୁଛନ୍ତି। ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିବାରୁ ଓଏସ୍ଆର୍ଟିସି ତରଫରୁ ପର୍ୟ୍ୟଟକମାନଙ୍କୁ ପୁରୀରୁ ବାହାରକୁ ନେବା ପାଇଁ ବସ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ପୁରୀରେ ଥିବା ପ୍ରାୟ ସବୁ ହୋଟେଲ୍ରୁ ପର୍ୟ୍ୟଟକମାନେ ବାହାରି ଗଲେଣି।