ପୁଣି ପାଟଣାରେ ୪୦୭ପିକଅପ ଭ୍ୟାନ ଜବଦ ,କାଠ ମାଫିଆ ଫେରାର

(ବିଜୟ କୁମାର କାରୁଆ)ପାଟଣା : ପୁଣି ଥରେ ୪୦୭ପିକଅପ ଭ୍ୟାନ ସହ ଶାଳ,ଆକାଶିଆ ଗଣ୍ଡି ଜବଦ କରିଛି ପାଟଣା ବନପାଳ। ସୂଚନା ରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟା ସମୟରେ ପାଟଣା ବନପାଳ ବିଭାଗ ପଲାଣିଘାଟି ପଞ୍ଚାୟତ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମରେ କାଠ ଚାଲାଣ ହେଉ ଥିବା ଖବର ପାଇଥିଲେ। ଖବର ପାଇ ବନପାଳ ଅଧିକାରୀ ପବିତ୍ର ମୋହନ ନାଏକ ,ସନ୍ତୋଷ କୁମାର ପହି, ତ୍ରିନାଥ ଜେନା ତଥା ପାରା କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ କ୍ରମେ ଶାଳ,ଆକାଶିଆ କାଠ ବଝେଇ ଏକ ୪୦୭ପିକଅପ ଭ୍ୟାନ ଗାଡି ଓଆର୦୯-ଏନ୬୦୬୭ କୁ ଜବଦ କରିଥିବା ବେଳେ କାଠ ମାଫିଆ ଓ ଗାଡି ଡ୍ରାଇଭର ଜାଗା ଛାଡି ଫେରାରେ ହୋଇ ଯାଇଥିଲେ। ଚଢାଉ ଶାଳ, ଆକାଶିଆ କାଠ ଗଣ୍ଡି ର ମୂଲ୍ୟ ପ୍ରାୟା୫୦ହଜାର ହୋବ ବୋଲି ସନ୍ତୋଷ କୁମାର ପହି ସୂଚନା ଦେଇ ଛନ୍ତି। କାଠ ବଝେଇ ୪୦୭ପିକଅପ କୁ ପାଟଣା ବନପାଳ ମୁଖ୍ୟ କାର୍ୟ୍ୟାଳୟ କୁ ଅଣା ଯାଇଛି।