ନୂଆ ମୋଟର ଯାନ ଆଇନରେ ୩ ମାସର କୋହଳ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଓ ବିଶୃଙ୍ଖଳାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ ୩ମାସ ପର୍ୟ୍ୟନ୍ତ କୋହଳ କରିଛନ୍ତି। ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ନିଜନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରି ନେବାକୁ କୁହାଯାଇଛି। ଏଥିସହ ଗାଡ଼ି କାଗଜପତ୍ର ପ୍ରସ୍ତୁତ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ସରକାର ଅଧିକ କାଉଣ୍ଟର ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଏଥିସହିତ ଟ୍ରାଫିକ୍‌ ନିୟମକୁ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ବି କରିଛନ୍ତି।