(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର: ଆପଣ ଜାଣିଥିବେ ବିଶ୍ୱରେ ଏପରି କିଛି ଦର୍ଶନୀୟ ସ୍ଥାନ ରହିଛି । ଯେଉଠିକିଁ ଯେଉଁ ଠାକୁ ପୁରୁଷ ମାନଙ୍କୁ ଯିବା ମନା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସୁନ୍ଦର ଦ୍ବୀପ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ମହିଳାଙ୍କୁ ନୋ ଏଣ୍ଟ୍ରି । ଏପରି ଏକ ସ୍ଥାନ ହେଉଛି ଜାପାନର ଏହି ଦ୍ବୀପର’ୱାଲଡ୍ ହେରିଟେଜ୍ ସାଇଡ୍’ରେ ଏହି ସ୍ଥାନଟିକୁ ସାମିଲ କରାଯାଇଛି ।’ୱାଲଡ୍ ହେରିଟେଜ୍ ସାଇଡରେ ସାମିଲ ଜାପାନର ଏହି ଦ୍ବୀପକୁ ମହିଳା ମାନଙ୍କର ପ୍ରବେଶ ନିଷେଧ । ଜାପାନର ଦକ୍ଷୀଣ ପଶ୍ଚିମ ଏହି ଫେମସ ତିର୍ଥ ଦ୍ବୀପୁପୁଞ୍ଜ ସ୍ଥାନଟିକୁ ମହିଳାଙ୍କର ର୍ଧାମିକ କାରଣ ପାଇଁ ଏଠାକୁ ଆସିବା ପାଇଁ ଅନୁମତି ଦିଆଯାଏ ନାହିଁ । କିଛି ର୍ଧାମିକ କାରଣ ପାଇଁ କେବଳ ପୁରୁଷ ମାନଙ୍କୁ ଆସିବାକୁ ଅନୁମତି ଅଛି । ପୁରୁଷ ମାନେ ବି ଏହି ସ୍ଥାନକୁ ଆସିପାରିବେ କିନ୍ତୁ ସାଥୀରେ କୌଣସିବି ମନେରଖିଲା ଭଳି ଜିନିଷ ସେଠାରୁ ଆଣିପାରିବେ ନାହିଁ । ଆପଣ ଏଠିକାର ଘାସ ବି ସାଥିରେ ନେଇପାରିବେ ନାହିଁ । ଏଠାରୁ କୌଣସିବି ଜିନିଷକୁ ନେଇଯିବାର ସୂଚନା ମିଳିଲେ କଠିନରୁ କଠିନ ଦଣ୍ଡରେ ଦଣ୍ଡିତ କରାଯାଏ । ଏହି ଦ୍ବୀପଟି ନିଜସ୍ବ ଖାସ୍ ସୁନ୍ଦରତା ପାଇଁ ଫେମସ୍ କିନ୍ତୁ ଏହା କେବଳ ପୁରୁଷ ମାନଙ୍କ ମଧ୍ୟରେ ହିଁ ରହିଯାଇଥାଏ । ଓକିନୋସୀମା ର ମାନେ ହେଉଛି କେବଳ ପୁରୁଷ । ପୁରୁଷ ମାନଙ୍କୁ ମଧ୍ୟ ଦ୍ବୀପକୁ ଆସିବାକୁ ହେଳେ ନିବସ୍ତ୍ର ହେବାକୁ ପଡିଥାଏ । ନିବସ୍ତ୍ର ହେଲାପରେ ପୁରୁଷ ମାନେ ଏଠାରେ ଥିବା ଆର୍କିତଷୁ ମନ୍ଦିର ପରିକ୍ରମା କରିପାରିବେ । ପୂଜାରୀ ଏହି ଠାରେ ରୁହନ୍ତି ଯିଏ କି, ଏହି ଦେବୀ ମାଙ୍କୁ ପୂଜା କରିଥାନ୍ତି ।