ରାହୁଲଙ୍କ କାଫିଲାରେ ଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ

କାଫିଲାରେ ଥିବା ଗାଡ଼ିଗୁଡ଼ିକ ହେଲା ଦୁର୍ଘଟଣାଗ୍ରସ୍ତ। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାହୁଲଗାନ୍ଧି। ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସୁରକ୍ଷା ଦଳରେ ଥିବା ଗାଡ଼ିଗୁଡ଼ିକ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ହଲିଆପୁର ଥାନା ଅଞ୍ଚଳରେ ପରସ୍ପର ସହ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ରାହୁଲ ସୁରକ୍ଷିତ ଅଛନ୍ତି। ରାହୁଲ  କୋର୍ଟ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିସ କହିଛି ଯେ, ଏହି ଘଟଣାରେ କେହି ଗୁରୁତର ଆହତ ହୋଇନାହାନ୍ତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାଟି  ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ସମୟରେ  ଘଟିଥିଲା ।