ଢେଙ୍କାନାଳ: ନିଜ ଜନ୍ମ କଲା ବାପାକୁ ମାରିଦେଲା ପୁଅ । ସମ୍ପତ୍ତି ପାଇଁ ଭୁଲି ଗଲା ହିତାହିତ ଜ୍ଞାନ । ଢେଙ୍କାନାଳ ଜିଲ୍ଲା କୋରିଆଁ କାଳୀସାହିରେ ଘଟିଛି ଏ ଭଳି ଅଘଟଣ । କାଳୀସାହିରେ ସମ୍ପତ୍ତି ପାଇଁ ବୃଦ୍ଧ ବାପା ତ୍ରିଲୋଚନ ପ୍ରଧାନଙ୍କୁ ହତ୍ୟା କରିଛି ପୁଅ । ଏହାପରେ ବାପାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ ବେଳେ ମୃତଦେହକୁ ମଶାଣୀରୁ ଜବତ କରିଛି ଟାଉନ୍ ଥାନା ପୋଲିସ । ହତ୍ୟା ଅଭିଯୋଗରେ ପୁଅ ପ୍ରକାଶ ପ୍ରଧାନଙ୍କୁ ଅଟକ ରଖି ଛାନ୍ ଭିନ୍ ଜାରି ରଖିଛି ପୋଲିସ । ତେବେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ହତ୍ୟା ଖବର ଶୁଣି ପୁରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ତୁରନ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।