(ହର ପ୍ରସାଦ ବିଷୋଇ)ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ କଣ୍ଠ ଶିଳ୍ପୀ ତଥା ଓଡ଼ିଶୀ ନୃତ୍ୟ ବିଶାରଦ ନିବେଦିତା ଚୌଧୁରୀଙ୍କୁ ନୂଆ ଦିଲ୍ଲୀରେ ପରିଚୟ ଫାଉଣ୍ଡେସନ ତରଫରୁ ପରମ୍ପରା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ନିମନ୍ତେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଦ୍ମ ବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ, ପୂର୍ବତନ ସାଂସଦ ଡ଼ଃ ପ୍ରସ୍ନନ୍ନ ପାଟ୍ଟଶାଣୀ ଏବଂ ରୋଜାଲିନ ପାଟ୍ଟଶାଣୀ ମିଶ୍ର ନିବେଦିତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ । ନିବେଦିତା ଚୌଧୁରୀ ଏକଧାରାରେ ଜଣେ କଣ୍ଠଶିଳ୍ପୀ, ନୃତ୍ୟାଙ୍ଗନା, ଲେଖିକା, ଗିତାର ବାଦିକା ଏବଂ ଉଦଘୋଷିକା, କଳାକ୍ଷେତ୍ରରେ ତାଙ୍କର ସାଧନା ଏବଂ ପାରଦର୍ଶିତା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଜଣେ ଓଡ଼ିଆ ଝିଅ ଭାବରେ କଳା, ନୃତ୍ୟ, ସଙ୍ଗୀତ ଆଦି କ୍ଷେତ୍ରରେ ପାରଦର୍ଶିତା ହାସଲ କରି ନିବେଦିତା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବୋଲି ସମ୍ବର୍ଦ୍ଧନା ସମୟରେ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଥିଲେ ।