(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ):କେନ୍ଦ୍ର ସଡକ ପରିବହନ ଏବଂ ଜାହଜ ମନ୍ତ୍ରୀ ନୀତିନ ଗଡ଼କରି ଟ୍ରାଫିକ ଜରିମାନା ଆଦାୟକୁ ନେଇ ପୁଣି ଥରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ୱପୂର୍ଣ୍ଣ । ଏଣୁ ଲୋକେ ନୂଆ ଆଇନକୁ ସମ୍ମାନ ଦେଇ ତାର କଡ଼ାକଡ଼ି ପାଳନ କରିବା ଉଚିତ। ବହୁଦିଗକୁ ବିଚାର କରାଯାଇ ଏହି ଜରିମାନା ଲାଗୁ ହୋଇଛି ବୋଲି ସେ କହିଛନ୍ତି । ନାଗପୁରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ବେଳେ ଏକଥା କହିଛନ୍ତି ନୀତିନ ଗଡ଼କରି। ଗଡକରି କହିଛନ୍ତି ଯେ, ଯେଉଁମାନେ ନିୟମ ଭାଙ୍ଗୁଛନ୍ତି , କେବଳ ସେମାନେ ହିଁ ଜରିମାନା ମଧ୍ୟ ଦେଉଛନ୍ତି । ଆଗରୁ ଜରିମାନା ପରିମାଣ କମ ଥିବାରୁ ନିୟମ ବେଖାତିର କରୁଥିଲେ ଲୋକେ । ଏବେ ନିୟମ କଡ଼ାକଡ଼ି ହୋଇଛି । ଏହାକୁ ବନ୍ଦ କରାଯିବ ନାହିଁ ।