ଜଳେଶ୍ଵର /ଅଜିତ କୁମାର : ଜଳେଶ୍ଵର ସହର ହେବ ନବୀକରଣ। ଓଡ଼ିଶା ପଶ୍ଚିମବଙ୍ଗର ପ୍ରବସେ ଦ୍ଵାରା କୁହାଯାଇଥିବା ଜଳେଶ୍ଵର ସହର ବହୁ ପୂର୍ବରୁ ମନକୁ ମନ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ଵାରା ଗଢି ତୋଳି ଉଠିଥିଲା। ମାତ୍ର ଏବେ ଜଳେଶ୍ଵର ସହର ବହୁ ଦୋକାନ, ବଜାର୍, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ବେସରକାରୀ ଅଫିସ୍, ସାଙ୍ଗକୁ ଜନ ସଂଖ୍ୟା ବୃଦ୍ଧି ପାଇଛି। ସେହି ଅନୁପାତରେ ଅନେକ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଅନ୍ୟ ନାମୀ ଦାମୀ, ଆଧୁନିକ ସହର ଭଳି ଜଳେଶ୍ଵର ସହରର ମଧ୍ୟ ନବୀକରଣ କରାଯିବ ବୋଲି ଜଳେଶ୍ଵର ବିଧାୟକ ତଥା ରାଜ୍ୟସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସୂଚନା ଦେଇଛନ୍ତି।
ଏନେଇ ଜଳେଶ୍ବର ପୌରପାଳିକା ଅନ୍ତର୍ଗତ ଭଞ୍ଜ କଲ୍ଯାଣ ମଣ୍ତପ ପରିସରରେ ଜଳେଶ୍ବର ନଗର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜଳେଶ୍ୱର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସମେତ ଜଳେଶ୍ଵର ପୌରାଧକ୍ଷ ପ୍ରତିପ କୁମାର ପ୍ରଧାନ , ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ବିଜେଡି ଟାଉନ ସଭାପତି ସୁରଜିତ ଘୋଷ, ଯୁବ ନେତା ଆନନ୍ଦ କର ପ୍ରମୁଖ ଉପସ୍ଥିତ ଥିଲେ। ଜଳେଶ୍ୱର ପୈାରାଞ୍ଚଳରେ 4 ଟି କଲ୍ୟାଣ ମଣ୍ଡପ, ମୁକ୍ତା ଯୋଜନା ମାଧ୍ୟମରେ ଜଳେଶ୍ୱର ର ବିକାଶ ପାଇଁ 4 କୋଟି 99 ଲକ୍ଷ ଟଙ୍କା , ଜଳେଶ୍ୱର ସହରର ଥିବା ବିଭିନ୍ନ ମନ୍ଦିର ମସଜିଦ ନବକଳେବର ଓ କମ୍ଯୁନିଟି ସେଣ୍ଟର ନିର୍ମାଣ ପାଇଁ 72 କୋଟି ଟଙ୍କା , ମୋ ପୋଖରୀ ଯୋଜନାର 6 ଟି ପୋଖରୀର ଉନ୍ନତି କରଣ, ସ୍ଵଜଳ ଧାରା ଯୋଜନାରେ 24 ଘଣ୍ଟିଆ ଜଳ ଯୋଗାଣ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଭକ୍ତି କବି ଦିନ କୃଷ୍ଣ ଙ୍କ ପ୍ରତିମୃତି ସ୍ଥାପନ, ନୂତନ କୋର୍ଟ ନିକଟରେ ରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର।ଏହା ସହିତ ଜଳେଶ୍ୱର ଚାଲନ୍ତି ଠାରେ ପ୍ଲାଷ୍ଟିକ ପଲିମର କମ୍ପାନୀ ପ୍ରତିଷ୍ଠା ହେବ, ଏହି କମ୍ପାନୀ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳର ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ପୌରଧକ୍ଷ ପ୍ରତିପ କୁମାର ପ୍ରଧାନ।